26.9 C
Bhubaneswar
Sunday, April 12, 2026
Homeଓଡିଶାଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହକଲା ଭୁବନେଶ୍ୱର କଂଗ୍ରେସ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହକଲା ଭୁବନେଶ୍ୱର କଂଗ୍ରେସ

ଭୁବନେଶ୍ୱର: ଆସାମର ବିବାଦୀୟ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହେମନ୍ତ ବିଶ୍ୱଶର୍ମା କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ବିରୁଦ୍ଧରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ କୁଶପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ପ୍ରଶାନ୍ତ ଚମ୍ପତି, ମିହିରି ଆଚାର୍ଯ୍ୟ, ଅଶୋକ ଦାସ, ରାଜୁ ବାରିକ, ଆଲୋକ ମହାନ୍ତି, ଯୋଗୀ ନାୟକ, କୌଳାସ ସାହୁ, ଜୟକୃଷ୍ଣ ସୁବୁଧି, ଜୟକୃଷ୍ଣ ମାଲିଆ, ଦେଓ ପ୍ରସାଦ, ଆତ୍ମାରାମ ପତି, ସରୋଜ ଲେଙ୍କା,ବୁଲୁ ପତି, ଅମୀତା ବିଶ୍ୱାଳ, ସୁନିତା ବିଶ୍ୱାଳ, ଶ୍ରୀୟା ପଣ୍ଡା, ଶ୍ରୀୟା ମହାନ୍ତି, ସୁର୍ଯ୍ୟକାନ୍ତ ଜେନା, ଲାଲୁ ଅହମ୍ମଦ, ଆଦିତ୍ୟ ଅଂଶୁମାନ ପାତ୍ର, ଅଂଶୁମାନ ପତି, ଆରୟାନ ପାତ୍ର, ଚନ୍ଦନ ସାହୁ, ଚଣ୍ଡି ପ୍ରସାଦ ମହାପାତ୍ର, ଦେବେଶ କୁମାର ସୁତାର ଓ ବଳଦେବ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking