36.9 C
Bhubaneswar
Friday, April 10, 2026
Homeଓଡିଶାମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା  ପରୀକ୍ଷା(ଓଟିଇଟି-୨୦୨୬)ଅନଲାଇନ୍‌ ଆବେଦନ ସମୟସୀମା ମେ’ ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ସମୟସୀମା ଏପ୍ରିଲ ୯ ତାରିଖ ଯାଏ ଥିଲା। ଏବେ ଏହାକୁ ମାସେ ବୃଦ୍ଧି କରାଯାଇଛି। ତେବେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ମେ’ ୨୯ ତାରିଖରେ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ହେଲେ ଆବେଦନ ଅବଧି ଘୁଞ୍ଚିବା ପରେ ପୁଣିଥରେ ପରୀକ୍ଷା ତାରିଖ ସ୍ଥିର ହୋଇପାରେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking