34.1 C
Bhubaneswar
Thursday, April 2, 2026
Homeଓଡିଶାରାଜ୍ୟ ସରକାର ସବୁ ଧାନ ଉଠାଇବେ: ମନ୍ତ୍ରୀ

ରାଜ୍ୟ ସରକାର ସବୁ ଧାନ ଉଠାଇବେ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ । ଏନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୫ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିିଛନ୍ତି । ଏଯାବତ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିିଛି । ଚାଷୀଙ୍କ ଧାନ କିଣିବାକୁ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର । ଯେଉଁ ଚାଷୀ ଧାନ ବିକି ନାହାନ୍ତି , ଏବେ ବିକ୍ରି କରିପାରିବେ । ମାର୍ଚ୍ଚ ୩୧ରେ ଧାମ କିଣା ଅବଧି ଶେଷ ହୋଇଥିବାବେଳେ ଆହୁରି ୭ ଦିନ ସମୟ ବଢ଼ାଇଛନ୍ତି ରାଜ୍ୟ ସରକାର । ଯାହାର ବି ଧାନ ଉଠିନି, ସେମାନଙ୍କ ଧାନ କ୍ରୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମିଲ୍‌ରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା।  ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ । ଆସନ୍ତା ବର୍ଷ ସମସ୍ୟା ନ ହେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking