34.1 C
Bhubaneswar
Thursday, April 2, 2026
Homeଓଡିଶାରିଲ୍ସ ନେଲା ଯୁବକଙ୍କ ଜୀବନ

ରିଲ୍ସ ନେଲା ଯୁବକଙ୍କ ଜୀବନ

ଭଦ୍ରକ: ରିଲ୍ସ ନିଶାରେ ପାଗଳ ହେଲେଣି ଯୁବପିଢି । ଗୋଟିଏ ଲାଇକ ବଟନ ପାଇଁ ଜୀବନକୁ ବାଜି ଲଗାଇ ରିଲ୍ସ କରୁଛନ୍ତି ଲୋକେ । ଏମିତି କିମିଆ କରୁଛି ରିଲ୍ସ ଯେ, ନଦୀକୁ ଡେଇଁବାକୁ ବି ପଛେଇଲେନି । ରିଲ୍ସ ପାଇଁ ନଦୀକୁ ଡେଇଁ ପଡିଲେ ଦୁଇ ଯୁବକ । ଭଦ୍ରକ ପୁରୁଣା ବଜାର ଥାନା ସନ୍ଥିଆ ବ୍ରିଜ ନିକଟରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । କେନ୍ଦୁଝର ଜିଲ୍ଲାର କେତେକ ଯୁବକ ଭଦ୍ରକରେ ରହି କାମ କରୁଥିଲେ । ହିଂମାଶୁ ଶେଖର ନାୟକ, ମିଥୁନ ନାୟକ ଜଣେ ସାଙ୍ଗ ସହ ସନ୍ଥିଆ ବ୍ରିଜ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ରିଲ କରୁଥିଲେ । ଏହି ସମୟରେ ହିଂମାଶୁ ନଈକୁ ଡେଇଁବା ପରେ ମିଥୁନ ନଈକୁ ଡେଇଁଥିଲେ । ପରେ ହିଂମାଶୁ ପହଁରି ଆସିବା ବେଳେ ନିଖୋଜ ହୋଇଯାଇଥିଲେ ମିଥୁନ । ଏହା ପରେ ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହା ସହିତ ସୁଟିଂ କରୁଥିବା ଯୁକଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । କିଛି ଘଣ୍ଟାର ସର୍ଚ୍ଚ ଅପରେସନରେ ନିଖୋଜ ଥିବା ଯୁବକଙ୍କ ମୃତଦେହକୁ ଠାବ କରିଛି ଅଗ୍ନିଶମ ବାହିନୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking