ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମୁନ ମିଶନ । ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରରୁ ଆର୍ଟେମିସ-୨କୁ ସଫଳତା ସହ ଲଞ୍ଚିଙ୍ଗ କରିଛି । ଭାରତୀୟ ସମୟ ଅନୁସାରେ ବୁଧବାର ରାତି ୩ଟା ୫୪ ମିନିଟରେ ବିଶାଳ ଏସଏଲଏସ ଓରିୟନ ସ୍ପେସକ୍ରାଫ୍ଟ ୪ ମହାକାଶଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି । ଦୀର୍ଘ ୫୪ ବର୍ଷ ପରେ ଚନ୍ଦ୍ର ଆଡକୁ ଏହା ହେଉଛି ପ୍ରଥମ ମାନବ ମିଶନ । ଆର୍ଟେମିସ-୨ ନାସାର ୪ ଜଣ ମହାକାଶ ଯାତ୍ରୀଙ୍କୁ ସାଙ୍ଗରେ ନେଇ ଚନ୍ଦ୍ରପୃଷ୍ଠ ଆଡକୁ ଯାତ୍ରା କରିଛି ।ସେମାନ ହେଲେ ମିଶନ କମାଣ୍ଡର ରିଡ ବାଇସମ୍ୟାନ, ପାଇଲଟ ଭିକ୍ଟର ଗ୍ଲୋବର, ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ, ମିଶନ ସ୍ପେଶାଲିଷ୍ଟ ଜେରିନା ହେନସନ। ଏହି ୪ ଜଣ ଯାତ୍ରୀ ଏବେ ଓରିୟନ କ୍ୟାପସୁଲରେ ବସି ଜହ୍ନ ରାଇଜକୁ ଯାତ୍ରା କରିଛନ୍ତି । ତେବେ ଆର୍ଟେମିସ-୨ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ମିଶନ ନୁହେଁ । ଏହା କେବଳ ୧୦ ଦିନର ପରୀକ୍ଷଣ ମିଶନ । ୪ଜଣ ମହାକାଶ ଯାତ୍ରୀ ଚନ୍ଦ୍ରର ଅତି ପାଖକୁ ଯାଇ ପୁଣି ପୃଥ୍ୱବୀ ପୃଷ୍ଠକୁ ଫେରି ଆସିବେ ।










