34.1 C
Bhubaneswar
Thursday, April 2, 2026
Homeଓଡିଶାମେ ପ୍ରଥମ/ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ

ମେ ପ୍ରଥମ/ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ମେ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ । ଯାହାଙ୍କ ପେପର ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଆଜି ସରିବ ମାଟ୍ରିକ ପରୀକ୍ଷାର ଖାତା ଦେଖା ।ଚଳିତବର୍ଷ ମୋଟ୍ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।  ୩୦୮୨ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।ସକାଳ ୯ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ଼ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଥିଲା । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି  ସର୍ଭେଲାନ୍ସରେ ରଖାଯାଇଥିଲା । କଣ୍ଟ୍ରୋଲ୍  ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପ୍ରଶ୍ନପତ୍ର ହବ୍ ଗୁଡ଼ିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking