33.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶସେୟାର ବଜାର: ସେନସେକ୍ସ ୧,୮୦୦ ପଏଣ୍ଟ ବୃଦ୍ଧି

ସେୟାର ବଜାର: ସେନସେକ୍ସ ୧,୮୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ : ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଲା ସେୟାର ବଜାର । ୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ । ଭାରତୀୟ ଷ୍ଟକ୍ ମାର୍କେଟ୍ ନୂଆ ଆର୍ଥିକ ତ୍ରୟମାସର ଆରମ୍ଭ ସକାରାତ୍ମକ ରହିଛି । ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭୩ ହଜାର ୫୯୦ ପଏଣ୍ଟ ଉପରେ ରହିଛି ।ବିଏସଇ ସେନସେକ୍ସରେ ୨ ଦଶମିକ ୨୯ ପଏଣ୍ଟ ଅଭିବୃଦ୍ଧି ହୋଇଛି । ଇରାନ୍ ଯୁଦ୍ଧ ଯୋଗୁଁ ମାର୍ଚ୍ଚ ମାସରେ ସେୟାର ବଜାର ଭୁଷୁଡ଼ିପଡ଼ିଥିଲା । ଆମେରିକା ସେନା ଦୁଇ ସପ୍ତାହ ମଧ୍ୟରେ ଇରାନ ଛାଡ଼ିବ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଯାହା ନିବେଶକଙ୍କୁ ଆଶ୍ବସ୍ତି ଦେଇଛି । ହୋଇଥିବା ତୀବ୍ର ଦରପତନ ପରେ ଏହା ଏକ ଆଶ୍ବସ୍ତି ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking