33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶକ୍ଷମା ମାଗିଲେ ନିଶିକାନ୍ତ ଦୁବେ

କ୍ଷମା ମାଗିଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ବିଜୁବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ନିଶିକାନ୍ତ କ୍ଷମା ମାଗିଛନ୍ତି । ନିଜ ସୋସିଆଲ ମିଡିଆ ପେଜରେ ଲେଖିଛନ୍ତି ଯେ, ଗତ ସପ୍ତାହରେ ଗଣ ମାଧ୍ୟମରେ ନେହେରୁ- ଗାନ୍ଧୀ ପରିବାର ଉପରେ କହିଥିଲେ । ଏହି ବୟାନ ଭିତରେ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ଉପରେ କିଛି କହିଥିଲେ । ତେବେ ତାଙ୍କ ବୟାନର ଭୁଲ ଅର୍ଥ ବାହାର କରାଯାଇଥିଲା । ସେ ଯାହା କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଟିପ୍ପଣୀ । ନେହେରୁଙ୍କ ଉପରେ ସେ ଯାହା କହିଥିଲେ ତାକୁ ବିଜୁ ବାବୁଙ୍କ ପ୍ରତି କୁହାଯାଇଥିବା ଅନେକ ଭାବିଥିଲେ । ସେ ଆହୁରି କହିଛନ୍ତି ଯେ, ବିଜୁ ବାବୁ ସର୍ବଦା ଉପରେ ରହିବେ । ତାଙ୍କ ଅବଦାନ ଅତୁଳନୀୟ । ଯଦି ତାଙ୍କ ବକ୍ତବ୍ୟ କାହା ଭାବନାକୁ ଆଘାତ ଦେଇଛି ତେବେ ସେଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି । ଅନ୍ୟପଟେ ବିଜେଡି ଉପସଭାପତି ଦେବୀ ମିଶ୍ର ନିଶିକାନ୍ତଙ୍କ କ୍ଷମା ପ୍ରାର୍ଥନାକୁ କଟାକ୍ଷ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking