ପୁରୀ: ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟରେ ଶୁଭ ଅନୁକୂଳ ହେବ । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ କଟକ ଅଭିମୁଖେ ଯାତ୍ରା କରିବେ । କଟକ ଖପୁରିଆ ସ୍ଥିତ ସ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହେବ । ଭାରପ୍ରାପ୍ତ ବରିଷ୍ଠ ତତ୍ୱାବଧାକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଚିରଟ ପ୍ରକ୍ରିୟା ଅନୁକୂଳ କରିବେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ତିନି ରଥର ମୁଖ୍ୟ ମହାରଣା, ଅମିନ, ଭୋଇ ସର୍ଦାର ଉପସ୍ଥିତ ରହିବେ । ତିନିଟି ଧଉରା କାଠକୁ ଚିରଟ କରାଯିବ । ଆସନ୍ତା ଏପ୍ରିଲ ୨୦ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବା ପରମ୍ପରା ରହିଚି ।










