ବରଗଡ଼: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ସକାଳୁ ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ପହଞ୍ଚିଛନ୍ତି । ଦେବୀଙ୍କ ପୀଠରେ ସକାଳୁ ଭକ୍ତଙ୍କ ସମାଗମ ହୋଇଛି।










