27.1 C
Bhubaneswar
Wednesday, March 18, 2026
Homeଓଡିଶାଚମ୍ପୁଆରେ ହାତୀ ଆତଙ୍କ

ଚମ୍ପୁଆରେ ହାତୀ ଆତଙ୍କ

କେନ୍ଦୁଝର: କବାଟ ତାଡ଼ି ଘର ଭିତରେ ପଶି ଧାନ ଖାଇଲା ଗୋଠଛଡ଼ା ଦନ୍ତା । କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ହାତୀ ଆତଙ୍କ । ସପ୍ତାହେରୁ ଅଧିକ ଦିନ ଧରି ଚମ୍ପୁଆ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ହାତୀ ଗତରାତି ଚମ୍ପୁଆ ରେଞ୍ଜ ଅଞ୍ଚରେ ବ୍ୟାପକ କ୍ଷୟକ୍ଷତି କରିଛି । ତେବେ ଗତ ରାତିରେ ଚମ୍ପୁଆ ରେଞ୍ଜ ଛାଡ଼ି ବୈତରଣୀ ନଦୀ ପାରି ହୋଇ ଚମ୍ପୁଆ ସୀମାନ୍ତ କେଶରୀ ଗ୍ରାମରେ ପଶିଥିଲା ହାତୀ । ଗାଁରେ ଜଣକ ଘରର କବାଟ ଭାଙ୍ଗି ଘରେ ରଖାଯାଇଥିବା ଧାନ ଚାଉଳ ଖାଇ ଯାଇଥିବାର ଦେଖିବାକୁ ମିଳିଛି । ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିପାରୁନାହିଁ । ଏବେ ବିଲ ବାଡ଼ିରେ ଖାଇବା ପାଉନଥିବା ଯୋଗୁଁ ହାତୀ ଗାଁ ଭିତରକୁ ପଶି ଆସୁଥିବାରୁ ବ୍ୟାପକ କ୍ଷୟକ୍ଷତି କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking