ଭୁବନେଶ୍ୱର: ଏସସିବି ଟ୍ରାଜେଡିକୁ ନେଇ ପୁଣି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତପା ଦାବି ଦୋହରାଇଲେ ନବୀନ ପଟ୍ଟନାୟକ । ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି, ମନ୍ତ୍ରୀ ଉତ୍ତରଦାୟୀ ହୁଅନ୍ତୁ । ସ୍ୱାସ୍ଥ୍ୟ ଭିତ୍ତିଭୂମି ସୂଦୃଢ ଉପରେ ଗୁରୁତ୍ୱ ଦିଅନ୍ତୁ ସରକାର । ଏସସିବି ଘଟଣା ଏକ ବଡ ଟ୍ରାଜେଡି । ସମାନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରି ଗୃହକୁ ଚଳାଇ ଦେଉନାହାନ୍ତି । ବିଧାନସଭା ବାହାରେ ଏକ ପ୍ରତିକାତ୍ମକ କୋକେଇ ତିଆରି କରି ଉଭୟ କଂଗ୍ରେସ ବିଜେଡି ଶୋଭାଯାତ୍ରା କରିଥିଲେ । ସେମାନେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ରାଜ୍ୟରେ ସମ୍ପୁର୍ଣ୍ଣ ଭାବେ ସ୍ୱାସ୍ଥ୍ୟ ଅବସ୍ଥା ଭୁଶୁଡି ଯାଇଛି ବୋଲି କହି ଅଭିଯୋଗ କରିଛନ୍ତି ।










