27.1 C
Bhubaneswar
Friday, March 13, 2026
Homeଓଡିଶାପୋଖରୀରେ ବୁଡ଼ି ୨ ନାବାଳିକା ମୃତ

ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

ଭଦ୍ରକ: ଶୁକ୍ରବାର ବିଦ୍ୟାଳୟରୁ ଫେରି ଖେଳୁଥିବା ବେଳେ ବାସୁଦେବପୁର ବ୍ଲକ ଅରଣ୍ଡୁଆ ମଲିକ ସାହିରେ ଅଘଟଣ ଘଟିଛି । ପୋଖରୀରେ ବୁଡ଼ି ୨ ସାଙ୍ଗ ଆଖି ବୁଜିଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ସ୍କୁଲ୍‌ରୁ ଫେରିବା ପରେ ଅରଣ୍ଡୁଆ ମଲିକ ସାହିର ୪ରୁ ୫ ଜଣ ସାନ ଝିଅ ଗାଁ ନିକଟସ୍ଥ ପୋଖରୀ କୂଳରେ ଖେଳୁଥିଲେ । ସାଙ୍ଗମାନଙ୍କ ମଧ୍ୟରେ ଶାମୁକା ଖୋଜିବାକୁ ପ୍ରତିଯୋଗିତା ଚାଲିଥିଲା । ଶାମୁକା ଖୋଜୁ ଖୋଜୁ ପୋଖରକୁ ଜଣଙ୍କ ଗୋଡ଼ ଖସି ଯାଇଥିଲା । ସାଙ୍ଗକୁ ବଞ୍ଚାଇବାକୁ ପ୍ରୟାସ ବେଳେ ଆଉ ଜଣେ ନାବାଳିକା ବି ବୁଡ଼ି ଯାଇଥିଲେ । ଏହା ଦେଖି ସାଙ୍ଗରେ ଥିବା ଅନ୍ୟମାନେ ପାଟି କରିବା ସହ ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମବାସୀ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିବା ବେଳେ ଅନ୍ୟ ଜଣଙ୍କୁ ଠାବ କରିବାରେ ସକ୍ଷମ ହୋଇ ନଥିଲେ ।

ବାସୁଦେବପୁର ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ଯ ଜଣଙ୍କୁ ଉଦ୍ଧାର କରିଥିଲା । ଉଭୟଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ମେଡିକାଲ୍‌ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏକାସାଙ୍ଗରେ ୨ ନାବାଳିକାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଦୁଇ ପରିବାର । ଗାଁରେ ଖେଳି ଯାଇଛି ଶୋକର ଛାୟା ।ମୃତକ ହେଉଛନ୍ତି ମଲିକ ସାହିର ସତ୍ୟବ୍ରତ ବାରିକଙ୍କ ଝିଅ ତପଦୀପା ବାରିକ ଓ ବିଜୟ ବାରିକଙ୍କ ଝିଅ ଅନ୍ନପୂର୍ଣ୍ଣା ବାରିକ । ତପଦୀପା ଓ ଅନ୍ନପୂର୍ଣ୍ଣାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ଉଭୟ ଗାଁ ସ୍କୁଲ୍‌ରେ ଗୋଟିଏ ଶ୍ରେଣୀରେ ପଢ଼ୁଥିବା ବେଳେ ପୋଖରୀରେ ବୁଡ଼ି ଯାଇ ଆଖି ବୁଜିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking