33.1 C
Bhubaneswar
Friday, March 13, 2026
Homeଓଡିଶା୯ ଜଣ ବିଧାୟକ ବାଙ୍ଗାଲୁରୁୁ ଯାଇଛନ୍ତି: କାଡାମ

୯ ଜଣ ବିଧାୟକ ବାଙ୍ଗାଲୁରୁୁ ଯାଇଛନ୍ତି: କାଡାମ

ଭୁବନେଶ୍ୱର: କଂଗ୍ରେସର ୯ ଜଣ ବିଧାୟକ ବାଙ୍ଗାଲୁରୁୁ ଯାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କହିଛନ୍ତି, ଆମ ବିଧାୟକଙ୍କୁ ବିଜେପି ପ୍ରଲୋଭିତ କରୁଛି । ଘୋଡା ବେପାର ନେଇ ବିଜେପି ଚର୍ଚ୍ଚାରେ , ଆମ ବିଧାୟକ ସୁରକ୍ଷିତ । ଯେଉଁ ବିଧାୟକ ଏଠି ଅଛନ୍ତି, ସେମାନେ କ୍ରସ ଭୋଟିଂ କରିବେ ନାହିଁ । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବାକୁ ଯାଇଥିବା କହିଛନ୍ତି ରାମଚନ୍ଦ୍ର କାଡାମ । ଏପଟେ ବିଜେଡି, କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ । ନିଜ ବିଧାୟକଙ୍କୁ ତାଗିଦ ପୂର୍ଣ୍ଣ ଚିଠି ନବୀନ ଲେଖିଥିବା ବେଳେ ବାଙ୍ଗାଲୁରୁୁ ରିସର୍ଟକୁ କଂଗ୍ରେସ ବିଧାୟକଙ୍କୁ ନେଇ ଯାଇଥିବା ସୂଚନା ମିଳୁଛି ଯେଉଁଥିରେ ପିସିସି ସଭାପତି ଭକ୍ତ ଦାସ ଏ ପୂରା ଦଳର ନେତୃତ୍ୱ ନେଇଛନ୍ତି । କ୍ରସ ଭୋଟିଂ ଭୟ ନେଇ କଂଗ୍ରେସ ବିଧାୟକଙ୍କୁ ବାଙ୍ଗାଲୁରୁୁର ଏକ ରିସର୍ଟରେ ରଖାଯାଇଛି । ରାଜ୍ୟସଭା ନିର୍ବାଚନ ଯାଏଁ ରହି ସେହି ଦିନ ଆସିବେ । ଏପଟେ ବିଜେପି ନିଜର ମନୋବଳକୁ ସୁଦୃଢ କରି ପ୍ରତିକ୍ରିୟା ରଖି କହିଛି ଯେ, ନିଶ୍ଚିନ୍ତ ବିଜେପି ରାଜ୍ୟସଭା ନିର୍ବାଚନରେ ବାଜିମାତ ମାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking