ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ ନିଷ୍ପତ୍ତି । ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ୱିପକୁ ମାନିବାକୁ ଦେଲେ କଡା ନିର୍ଦ୍ଦେଶ । ଶୁକ୍ରବାର ଓ ଶନିବାର ଦୁଇ ଦିନ ସଂଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ନବୀନ ନିବାସରେ ହେବାକୁ ଥିବା ଟ୍ରେନିଂରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ରବିବାର ହେବାକୁ ଥିବା ବିଧାୟକ ଦଳର ବୈଠକେ ଯୋଗ ଦେବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏହାକୁ ୍ତି ଗୁରୁତର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡିରେ ଏବେ କ୍ରସ ଭୋଟିଂ କୁ ନେଇ ଭୟ ଘାରିଛି । ସବୁ ବିଧାୟକଙ୍କୁ ଏକାଠି ରଖିବାକୁ ଏଭଳି ରଣନୀତି ଆପଣାଇଛି ଦଳ । ଦଳୀୟ ବିଧାୟକଙ୍କ ବିଜୟ ସୁନିଶ୍ଚିତ କରିବାକୁ ଏଭଳି ରଣନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।










