26.1 C
Bhubaneswar
Monday, March 2, 2026
Homeଦେଶ ବିଦେଶଆସନ୍ତାକାଲି ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ

ଆସନ୍ତାକାଲି ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ:  ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ।  ବର୍ଷର ଏକମାତ୍ର ଚନ୍ଦ୍ର ଗ୍ରହଣ ଭାବେ ଏହା ଭାରତରେ ଦୃଶ୍ୟମାନ ହେବ ।  ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ଅପରାହ୍ନ ୩ଟା ୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୭ ପର୍ଯ୍ୟନ୍ତ ଚାଲିବ ।  ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ଯାଏଁ ହେବ ।  ଏହି ସମୟରେ ମନ୍ଦିରର ଦ୍ୱାର ବନ୍ଦ ରହିବା ସହ କୌଣସି ପୂଜାପାଠ ହେବ ନାହିଁ ।  ସୂତକ ସମୟ ସକାଳ ୬ଟା ୨୦ମିନିଟରେ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ  । ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ । ସେହିପରି ଦକ୍ଷିଣ ଭାରତର ଚେନ୍ନାଇ ଓ କନ୍ୟାକୁମାରୀରେ ୩୧ ମିନିଟ୍ ଯାଏ ଆଂଶିକ ଭାବେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking