ଦେବଗଡ଼: ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳର ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ପୋଲିସ ଝରଝରିଖୋଳ ଗ୍ରାମର ଲିପୁନ ପ୍ରଧାନ (୨୩)ଙ୍କୁ ଗିରଫ କରିଛି। ସୂଚନାନୁଯାୟୀ, ଲିପୁନ ୪ ବର୍ଷ ହେଲା ସଂପୃକ୍ତ ଯୁବତୀଙ୍କୁ ପ୍ରେମ କରିବା ସହ ସହ ଶାରୀରିକ ସମ୍ପର୍କ ରଖିଥିଲା। ପରେ ବିବାହ ପାଇଁ ମନା କରିବାରୁ ଯୁବତୀ ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ବଳାତ୍କାର ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୁରୁବାର କୋର୍ଟଚାଲାଣ କରିଛି।










