ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ସପ୍ତମ ଦିନ । ଚାଲିପାରୁନି ପ୍ରଶ୍ନକାଳା ଗୃହରେ ଅଚଳାବସ୍ଥା ଜାରି । ଏନେଇ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି । ପୂର୍ବରୁ ସମାନ ସ୍ଥିତି ଗୃହରେ ଦେଖାଦେଇଥିବାରୁ ୧୧ଟା ୩୦ ଯାଏଁ ମୁଲତବୀ କରାଯାଇଥିଲା । ଚାଷୀ ସମସ୍ୟା, କଟନୀ ଛଟନୀ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରୁଛନ୍ତି ବିରୋଧୀ । ଗୃହକୁ ଚଲାଇ ଦେଉନାହାନ୍ତି । ହାତରେ ପ୍ଲାକାର୍ଡ , ପୋଷ୍ଟର ଘରି ନାରାବାଜି କରୁଛନ୍ତି ବିରୋଧୀ ।










