ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା । ଗୃହରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ନିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି । ଓଡିଶାରେ ନାଟକର ଉନ୍ନତି, ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରେ ଓଡିଆ ନାଟକ ଆୟୋଜିତ କରାଯାଉଛି ।










