ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି । ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଛତ୍ରପୁର ଥାନା ଅରୁଗୁଣୀ ଗ୍ରାମର ଆର.ରାଜା ରାଓ । ଗୁରୁବାର ବିଳମ୍ବିତ ରାତିରେ ଆର ରାଜାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ରିକ୍କାପଲ୍ଲୀ ଗେଟ ନିକଟରେ ଥିବା ଚିକେନ ଦୋକାନ ପଛପଟେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଛତ୍ରପୁର ଥାନା ପୋଲିସକୁ ଖବର ଦେଇଥିଲେ । ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବହୁ ପୋଲିସ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ ଜାରି ରଖିଛନ୍ତି ।










