କଳାହାଣ୍ଡି: ଆୟବହିର୍ଭୂତ ସମ୍ପତି ଉପରେ ରେଡ । ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଞ୍ଜର ଭାଗବତ ଭୂଷଣ ବେହେରାଙ୍କ ଠିକଣାରେ ଚଢାଉ । ରୋଜଗାର ଠାରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ ଟିମ । ସକାଳୁ ପ୍ରାୟ ଦୁର୍ନୀତି ନିବାରଣ ବିଭାଗର ତିନୋଟି ଟିମ ଭବାନୀପାଟଣା ସହିତ ଭାଗବତ ବେହେରାଙ୍କ ଏକାଧିକ ଠିକଣାରେ ଚଢାଉ ଜାରି ରଖିଛନ୍ତି । ଭବାନୀପାଟଣା ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ରେଡ ଚାଲିଛି । ସୂଚନା ଅନୁସାରେ ଭବାନୀପାଟଣା ହିଲ ଟାଉନରେ ଫରେଷ୍ଟରଙ୍କ ଗୋଟିଏ ତିନି ମହଲା କୋଠା ରହିଛି । ସେହିପରି ଜୁନାଗଡ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଥିବା ପୈତୃକ ବାସ ଭବନ ଏବଂ ଭଟାଙ୍ଗପଦର ସେକ୍ସନ ସ୍ଥିତ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ୪ ଏଏସାଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ରହୁଛନ୍ତି । ବର୍ତ୍ତମାନ ସରକାରୀଙ୍କ ବାବୁଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା ଏବଂ ଜମିବାଡି ସମ୍ପର୍କିତ କାଗଜପତ୍ରରେ ଯାଞ୍ଚ ଚାଲିଛି ।










