ଭୁବନେଶ୍ୱର: ବିଧାନସଭା ଗୃହ ଚାଲିନପାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ସ୍ୱାର୍ଥ ସମ୍ବଳିତ ଆଲୋଚନା ପାଇଁ ଆମେ ପ୍ରସ୍ତୁତ । ବିରୋଧୀ ଦଳର ଉଦ୍ଦେଶ୍ୟ ଚାଷୀ ସମସ୍ୟାର ସମାଧାନ ନୁହେଁ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ପରେ ବି ପ୍ରଶ୍ନକାଳକୁ ବନ୍ଦ କଲେ ବିରୋଧୀ । ଓଡିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନକରନ୍ତୁ । ବିରୋଧୀ ପଳାୟନପନ୍ଥୀ । ଓଡିଶାବାସୀ ନୂଆପଡାରେ ଜବାବ ଦେଇଛନ୍ତି ଆଗକୁ ବି ଜବାବ ଦେବେ । ସୂଚନାଥାଉକି, ବିଧାନସଭା ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ମାତ୍ର ୬ ମିନିଟ ପାଇଁ ଚାଲିଥିଲା ପ୍ରଶ୍ନକାଳ । ବିଶୃଙ୍ଖଳା ପରେ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।









