ଖୋର୍ଦ୍ଧା: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସ ସୀମା ଅନ୍ତର୍ଗତ ସୋରଣ ମାନସିଂପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଯୁବକଙ୍କୁ ୨୮ ବର୍ଷୀୟ ରାଜୀବ ବେହେରା ବୋଲି ଚିହ୍ନଟ କରାଯାଇଛି । ରିପୋର୍ଟ ଅନୁସାରେ, ଭାଲୁଟି ହଠାତ୍ ଗାଁ ଭିତରେ ପଶି ରାଜୀବଙ୍କୁ ଆକ୍ରମଣ କରି ତାଙ୍କ ବାମ ହାତକୁ ଗୁରୁତର ଭାବେ ଆଘାତ କରିଥିଲା । ଏହି ଆକ୍ରମଣରେ ଦୁଇଟି ଆଙ୍ଗୁଠି କଟିଯାଇଛି । ଘଟଣା ପରେ ରାଜୀବଙ୍କୁ ତୁରନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚିଲିଛି ।










