19.1 C
Bhubaneswar
Monday, February 2, 2026
Homeଓଡିଶାଟ୍ରକ୍ ଧକ୍କାରେ ୫ ମୃତ: ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା

ଟ୍ରକ୍ ଧକ୍କାରେ ୫ ମୃତ: ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା

ବ୍ରହ୍ମପୁର: ବ୍ରହ୍ମପୁରରେ ଟ୍ରକ୍ ଧକ୍କାରେ ୫ ମୃତ୍ୟୁବରଣ କରିଥିବା ଘଟଣା । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ସିଏମଆରଏଫରୁ ଆନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଆଜି ଅପରାହ୍ନରେ ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଓଭରବ୍ରିଜ୍‌ରେ ଏକାଧିକ ଗାଡିକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ । ଆହତମାନେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଛନ୍ତି । ପ୍ରାଥମିକ ତଦନ୍ତରୁ ୫ ଜଣଙ୍କ ମଧ୍ୟରୁ ୩ ଜଣ ମୃତକଙ୍କ ପରିଚୟ ମିଳିପାରିଛି । ୩ ମୃତକଙ୍କୁ ଅଯୋଧ୍ୟାନଗରର ସତ୍ୟନାରାୟଣ ପଣ୍ଡା, ବ୍ରହ୍ମପୁରର ବାସିନ୍ଦା ଜଗନ ନାହାକ ଏବଂ ଅନ୍ୟ ଜଣଙ୍କୁ ଶିବରାମ ଜେନା ବୋଲି ଚିହ୍ନଟ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ସିରିଜ୍ ଦୁର୍ଘଟଣାରେ ୫ ମୃତ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking