25.1 C
Bhubaneswar
Friday, March 20, 2026
Homeଓଡିଶାଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ

ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ

– ୨୦ରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌
– ଦୁଇଟି ପର୍ଯ୍ୟାୟରେ ବସିବ, ଏପ୍ରିଲ ୮ରେ ହେବ ଶେଷ
– ମାର୍ଚ୍ଚ ୩୧ରେ ୨୦୨୬-୨୭ର ଆପ୍ରୋପ୍ରିଏସନ୍ ବିଲ୍

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଫେବୃଆରୀ ୧୭ରୁ ଆରମ୍ଭ ହେବ। ତାହା ଦୁଇ ପର୍ଯ୍ୟାୟ ବିଶିଷ୍ଟ ହେବ। ଏପ୍ରିଲ ୮ ଯାଏଁ ତାହା ଚାଲିବ। ଫେବୃଆରୀ ୨୦ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ପ୍ରଥମ ଦିନ ପୂର୍ବାହ୍ଣ ୧୧ଟାରେ ଗୃହ କାର୍ଯ୍ୟକୁ ଆରମ୍ଭ କରିବେ ବାଚସ୍ପତି ସୁରମା ପାଢ଼ୀ। ମହାମହିମ ରାଜ୍ୟପାଳ ଡ. ହରିବାବୁ କୁମ୍ବମ୍‌ପଟି ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ। ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ବିଜେପି ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ।

ଫେବୃଆରୀ ୧୮ ଓ ୧୯ରେ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଫେବୃଆରୀ ୨୦ରେ ଆଗତ ହେବ ଆର୍ଥିକ ବର୍ଷ୨୦୨୬-୨୭ରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ବଜେଟ୍ ଉପରେ ଫେବୃୟାରୀ ୨୩ ଓ ୨୪ତାରିଖ ଦୁଇଦିନ ଧରି ସାଧାରଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅବଧି ୨୪ରେ ଶେଷ ହେବ। ଫେବୃଆରୀ ୨୫ରୁ ମାର୍ଚ୍ଚ ୮ ମଧ୍ୟରେ ଗୃହ ମୁଲତବୀ ହେବ। ଏହାରି ମଧ୍ୟରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରସ୍ତୁତ ହେବ। ପୁଣି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବ। ମାର୍ଚ୍ଚ ୯ରେ ଗୃହରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୬ ଯାଏ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ ହେବ। ମାର୍ଚ୍ଚ ୩୦ରେ ବଜେଟ୍ ଅନୁମୋଦନ ପାଇଁ ଗୃହର ଅନୁମତି ଲୋଡ଼ିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ମାର୍ଚ୍ଚ ୩୧ରେ ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷର ଆପ୍ରୋପ୍ରିଏସନ ବିଲ୍ ଆଗତ ହୋଇ ସେଇଦିନ ପାରିତ ହେବ।

ଏପ୍ରିଲ ୧ରୁ ଗୃହ ଉତ୍କଳ ଦିବସ ପାଇଁ ବନ୍ଦ୍ ରହିବ। ଏପ୍ରିଲ ୨ ଓ ଏପ୍ରିଲ ୮ରେ ପ୍ରାଇଭେଟ୍ ମେମ୍ବରଙ୍କ ବିଲ ଆଗତ ପାଇଁ ଦୁଇଦିନ ଧାର୍ଯ୍ୟ ହୋଇଛି। ଶେଷରେ ଏପିଲ ୮ରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରିବେ। ତେବେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ସମେତ ସାମାଜିକ କଲ୍ୟାଣ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ। ଚଳିତଥର ରାଜ୍ୟ ବଜେଟ୍ ପରିମାଣ ୩ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି।ବଜେଟ୍ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାର ମଧ୍ୟ ଆଶଙ୍କା ରହିଛି। ତା’ଛଡ଼ା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଯଥା- ଧାନ ବିକ୍ରି, ଚାଷୀ ଓ ବେକାରୀ ସମସ୍ୟା, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ନିଜର ସ୍ୱର ଶାଣିତ କରିବେ ବୋଲି ଆକଳନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking