23.1 C
Bhubaneswar
Monday, February 2, 2026
Homeଓଡିଶାପାର୍କରେ ସ୍ଥାପିତ କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର: ମନ୍ତ୍ରୀ

ପାର୍କରେ ସ୍ଥାପିତ କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର । କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ, ବରଂ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ (ULBs) ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି, ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ତାଙ୍କର ନିକଟ ଅତୀତର ଇନ୍ଦିରା ଗାନ୍ଧୀ (ଆଇ.ଜି.) ପାର୍କ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ। ପାର୍କର ଦୁରାବସ୍ଥା ଦେଖି ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଅନେକ ସହରାଞ୍ଚଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳା ଓ ଭିତ୍ତିଭୂମିର ଅବକ୍ଷୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ସାମାଜିକ ଓ ସାଂସ୍କୃତିକ ସମ୍ପତ୍ତି: ମନ୍ତ୍ରୀ କହିଛନ୍ତି ଯେ, ପାର୍କଗୁଡ଼ିକ କେବଳ ମନୋରଞ୍ଜନର ସ୍ଥାନ ନୁହେଁ, ଏହା ସହରର ସାମାଜିକ, ପରିବେଶ ଏବଂ ସାଂସ୍କୃତିକ ପରିଚୟ। ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସହ ସିଧାସଳଖ ଜଡ଼ିତ। ପ୍ରତିମୂର୍ତ୍ତିର ସମ୍ମାନ ପାର୍କରେ ସ୍ଥାପିତ ବିଶିଷ୍ଟ ବ୍ୟକ୍ତି ଓ ଐତିହାସିକ ଜନନାୟକଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ ନେବାକୁ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି।ଏଥିରେ ଅବହେଳା ଜନସାଧାରଣଙ୍କ ଭାବନା ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି।କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ ଏବଂ ସଂସ୍ଥା ବିରୋଧରେ କଠୋର ଶୃଙ୍ଖଳାଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଠି ତ୍ରୁଟି ପରିଲକ୍ଷିତ ହେବ, ସେଠାରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇ ଦଣ୍ଡବିଧାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।ପାର୍କଗୁଡ଼ିକର ପୁନରୁଦ୍ଧାର ପାଇଁ ସ୍ପଷ୍ଟ ସମୟସୀମା ଓ ଗୁଣବତ୍ତା ବଜାୟ ରଖିବାକୁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଉପରଠାଉରିଆ ସଜବାଜ ନୁହେଁ, ବରଂ ସ୍ଥାୟୀ ଉନ୍ନତି ପାଇଁ ନିୟମିତ ଯାଞ୍ଚ ଓ ବଜେଟ୍ ବ୍ୟବସ୍ଥା କରିବାକୁ ସେ କହିଛନ୍ତି।ଓଡ଼ିଶାର ସହରଗୁଡ଼ିକୁ ସ୍ୱଚ୍ଛ, ସବୁଜ ଏବଂ ନାଗରିକ-ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ତୁରନ୍ତ ଏହି ନିର୍ଦ୍ଦେଶାବଳୀକୁ ମିଶନ-ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking