19.1 C
Bhubaneswar
Monday, February 2, 2026
Homeଓଡିଶାପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ

ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ

ରାୟଗଡା: ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ । ରାୟଗଡା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ମାରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ପୀଡିତ ପ୍ରଧାନଶିକ୍ଷକଙ୍କୁ ସନ୍ତୋଷ କୁମାର ବେହେରା ବୋଲି ଚିହ୍ନଟ କରାଯାଇଛି । ସେ କଦମ୍ବଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅଟନ୍ତି । ସ୍କୁଲ ଛୁଟି କରି ଫେରିବା ସମୟରେ କଦମ୍ବଗୁଡ଼ା ଗ୍ରାମର ଭାସ୍କର ବାଗ ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ତାଙ୍କ ବେକରେ ଟାଙ୍ଗିଆ ମାଡ଼ ହୋଇଥିବା ଜଣାପଡ଼ଛି । ଆମ୍ବଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ କଳାହାଣ୍ଡି ସ୍ଥାନାନ୍ତର କରାଯାଇଛି । ପ୍ରବଳ ରକ୍ତଶ୍ରାବ ଯୋଗୁଁ ସେ ଗୁରୁର ଅଛନ୍ତି । ଆମ୍ବଦଳା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking