ଢେଙ୍କାନାଳ: ଢେଙ୍କାନାଳ ଗଁଦିଆ ଆଦର୍ଶ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ୩ ଆକ୍ରାନ୍ତ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ସିଡିଏମଓ ଓ ଜନସ୍ୱାସ୍ଥ୍ୟ ଟିମ୍ ଯାଇ କରୁଛନ୍ତି ପରୀକ୍ଷା । ଛାତ୍ର ସ୍କୁଲରେ ହଷ୍ଟେଲ ନଥିବାରୁ ମେସ୍ରେ ରହୁଥିଲେ । ପାଣି ଟେଷ୍ଟ ହୋଇଛି, ବିଶୁଦ୍ଧ ପାଣି ଯୋଗାଇବାକୁ ଆରଡବ୍ଲୁଏସଏସକୁ କୁହାଯାଇଛି । ଲକ୍ଷଣ ଥିବା ୧୦% ପିଲାଙ୍କ ରକ୍ତ ନମୁନା ପରୀକ୍ଷା ହେଉଛି । ଓଡିଶାରେ ଅଧିକ କେସ୍ ନାହିଁ, ଆଇପିଏସପି ପୋର୍ଟାଲକୁ ରିପୋର୍ଟ ଆସୁଛି । କ୍ଲଷ୍ଟର ପରି ଜଣ୍ଡିସ ବ୍ୟାପି ନାହିଁ ।










