ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କାଞ୍ଚିକାଚେରଲାରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଧୁଆଁ ବାହାରିବା ଦେଖି ଅଧିକାରୀମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କେହି ମୃତାହତ ହୋଇଥିବା ନେଇ ସ୍ପଷ୍ଟ ରିପୋର୍ଟ ହୋଇନାହିଁ । ନିଆଁରେ କିଛି ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରୁଛି । ତେବେ ନିଆଁ କିପରି ଲାଗିଲା , ତାହାର କାରଣ ଅସ୍ପଷ୍ଟ ରହିଛି ।









