25.1 C
Bhubaneswar
Monday, January 12, 2026
Homeଓଡିଶାପୁଣି ନାବାଳିକାକୁ ଗଣଦୁଷ୍କର୍ମ

ପୁଣି ନାବାଳିକାକୁ ଗଣଦୁଷ୍କର୍ମ

ରାୟଗଡା: ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ଏଭଲି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନବେଳା ଏହି ଅଘଟଣ ଘଟିଥିବା ବେଳେ ଗୁଡାରି ଥାନାରେ ରାତିରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏହି ଘଟଣାରେ ନାଇରା ସରପଞ୍ଚ ଓ ପରିବାର ବର୍ଗ ଗୁଡାରି ଥାନାରେ ଲିଖିତ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ଗୁଡାରି ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଥିବା ବେଳେ ଏହି ଘଟଣାରେ ତଦନ୍ତ ଚାଲିଥିବା ନେଇ ଆଇଆଇସି ସମର୍ପିତା ସ୍ୱାଇଁ ସୂଚନା ଦେଇଛନ୍ତି । ଗତକାଲି ନାବାଳିକା ଜଣଙ୍କ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ ଯାଉଥିବା ବେଳେ ୩ ଜଣ ଯୁବକଙ୍କୁ ତାଙ୍କୁ ଟେକି ନେଇ ଗୋଟିଏ କପା ବାଡରେ ଗଣଦୁଷ୍କର୍ମ କରିଥିଲେ । ଘଟଣାରେ ତଦନ୍ତ ଚାଲିଥିବାରୁ ଗୁଡାରି ପୋଲିସ ଅଧିକ ତଥ୍ୟ ଦେଇପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking