28.1 C
Bhubaneswar
Thursday, February 5, 2026
Homeଓଡିଶାଘନ କୁହୁଡ଼ି: ବିମାନର ଗତିପଥ ପରିବର୍ତ୍ତନ

ଘନ କୁହୁଡ଼ି: ବିମାନର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: କଲବଲ କରୁଛି ଘନ କୁହୁଡ଼ି। ବିମାନ ଯାତ୍ରାରେ ବ୍ୟାଘାତ। ଘନ କୁହୁଡ଼ି ଯୋଗୁଁ ଅନେକ ବିମାନ ସେବା ବିଳମ୍ବ ହୋଇଥିବା ବେଳେ ଏକାଧିକ ବିମାନ ବାତିଲ୍ କରାଯାଇଛି। ରନ୍‌ ୱେରେ ଘନ କୁହୁଡ଼ି ଥିବାରୁ କିଛି ଦୃଶ୍ୟମାନ ହୋଇପାରୁନାହିଁ। ତେଣୁ ଆଜି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡାଣ ଭରିପାରିନାହିଁ। ଭୁବନେଶ୍ବର ଆସୁଥିବା ୩ ବିମାନର ଗତିପଥକୁ ରାଞ୍ଚି, କୋଲକାତା, ଚେନ୍ନାଇକୁ ପରିବର୍ତ୍ତନ କରାଯାଇଛି। ବିମାନ ସେବା ବିଳମ୍ବ ହୋଇଥିବା ଅନେକ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ବିମାନ ଷ୍ଟାଟସ୍ ଚେକ୍ କରି ବାହାରିବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ଘନ କୁହୁଡ଼ି ଯୋଗୁ ବିମାନ ଯାତ୍ରାରେ ବିଳମ୍ବ ଘଟିଥିଲା । ସକାଳ ୧୦ଟା ଯାଏ ଭୁବନେଶ୍ୱର ବିମାନବନ୍ଦର ରନୱେ ଦୃଶ୍ୟମାନ ହୋଇନଥିଲା। ଦିଲ୍ଲୀରୁ ୩ଟି ଓ ଚେନ୍ନାଇ, ବେଙ୍ଗାଲୁରରୁ ଗୋଟିଏ ଲେଖାଏଁ ବିମାନ ଅବତରଣ କରିପାରି ନଥିଲା । ୩ଟି ବିମାନ ରାୟପୁର ଓ ୨ଟି କୋଲକାତା ବିମାନବନ୍ଦର ଆଡ଼କୁ ମୁହାଁଇଥିଲା । ଜୟପୁର-ଉତ୍‌କେଲା ବିମାନ ବିଳମ୍ବରେ ଯାତ୍ରା କରିଥିଲା । ଶୁକ୍ରବାର ମଧ୍ୟ ୨ଟି ବିମାନ ସମ୍ପୂର୍ଣ୍ଣ ବାତିଲ ହୋଇଥିଲା। ଏକାଧିକ ବିମାନ ଯାତ୍ରାରେ ବିଳମ୍ବ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking