ବନ୍ଧମୁଣ୍ଡା: ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇ ସେକ୍ସନରେ ହାୱଡ଼ା–ମୁମ୍ବାଇ ମୁଖ୍ୟ ରେଲମାର୍ଗର ଅପ୍ଲାଇନ୍ରେ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୭ଟା ୪୫ ବେଳେ ବନ୍ଧମୁଣ୍ଡାର କେ-କେବିନ୍ ସମ୍ମୁଖରେ କିଲୋମିଟର ପୋଲ୍ ନିକଟରେ ଏହି ଘଟଣା ଘଟିଛି। ବନ୍ଧମୁଣ୍ଡାରୁ ରାଉରକେଲା ଅଭିମୁଖେ ଯାଉଥିବା ଏନ୍-ବକ୍ସ ମାଲଗାଡ଼ିର ଦୁଇଟି ବଗି ହଠାତ୍ ଲାଇନ୍ରୁ ବାହାରକୁ ଆସି ପଡ଼ିଥିଲା। ଖବର ପାଇବା ସହିତ ରେଲବାଇ ଅପରେଟିଂ,ଇଞ୍ଜିନିୟରିଂ ଓ କ୍ୟାରେଜ୍-ୱାଗନ୍ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ମାଲଗାଡ଼ିକୁ ପୁନର୍ବାର ଲାଇନରେ ଚଢ଼ାଇବା କାମରେ ଲାଗି ଯାଇଛନ୍ତି।










