ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନୀୟ ଡ୍ରୋନ ଆକ୍ରମଣକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ପୋଷ୍ଟ କରି ସେ କହିଛନ୍ତି ଯେ ରୁଷ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରାଯିବାର ରିପୋର୍ଟରେ ଆମେ ଗଭୀର ଚିନ୍ତିତ। ଶତ୍ରୁତା ଶେଷ କରିବା ଏବଂ ଶାନ୍ତି ହାସଲ କରିବାର ସର୍ବୋତ୍ତମ ପଥ ହେଉଛି ଚାଲୁଥିବା କୂଟନୈତିକ ପ୍ରୟାସ। ଆମେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏହି ପ୍ରୟାସ ଉପରେ ଧ୍ୟାନ ଦେବାକୁ ଏବଂ ସେମାନଙ୍କୁ ଦୁର୍ବଳ କରିପାରୁଥିବା ଯେକୌଣସି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ। ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ କ୍ଷୁବ୍ଧ ବୋଲି ଜଣାଇଛନ୍ତି। ସେ କହିଛନ୍ତି ଯେ ରୁଷିଆ-ୟୁକ୍ରେନ ଶାନ୍ତି ପ୍ରତିଷ୍ଠାରେ ବାଧା ସୃଷ୍ଟି କରିବ।ସୂଚନାଯୋଗ୍ୟ, ରବିବାର ଏବଂ ସୋମବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନ ପକ୍ଷରୁ ଆକ୍ରମଣ। ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଜରିଆରେ ଆକ୍ରମଣ ଉଦ୍ୟମ କରାଯାଇଥିଲା। ଆକ୍ରମଣର କଡ଼ା ଜବାବ ନେଇ ରୁଷିଆ ପକ୍ଷରୁ ଚେତାବନୀ। ରୁଷ୍ ଚେତାବନୀ ଦେଇଛି ଯେ ଉପଯୁକ୍ତ ସମୟରେ ଜବାବ ଦେବାର ଅଧିକାର ରୁଷର ଅଛି।









