ବଲାଙ୍ଗିର: ୨ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ପୋଲିସ। ନଗଦ ୨୫ ଲକ୍ଷ ଟଙ୍କା ସହ ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଅଭିଯୁକ୍ତଦ୍ବୟ ହେଲେ ଛତିଶଗଡ଼ ରାଇଗଡ଼ ଅଞ୍ଚଳର। ସେମାନଙ୍କ ଲୁଟ୍ର ତରିକା ଅଲଗା ଥିଲା। ବାଇକ୍ ଡିକି ଓ କାର୍ କାଚ ଭାଙ୍ଗି ଲୁଟୁଥିଲେ, ମୋବାଇଲ୍ ବ୍ୟବହାର କରୁନଥିଲେ। ଟଙ୍କା ଲୁଟିବା ପରେ ପାଖ ଏସବିଆଇ ଏଟିଏମ୍ରେ ଯାଇ ଟଙ୍କା ଡିପୋଜିଟ୍ କରୁଥିଲେ। କଣ୍ଟାବାଞ୍ଜିରେ ଡେରା ପକାଇ କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସୋନପୁରରେ ଲୁଟୁଥିଲେ।









