19.1 C
Bhubaneswar
Saturday, December 27, 2025
Homeଓଡିଶାଆଉ ଚାରି ଜିଲ୍ଲାରେ ଚାଷୀଙ୍କୁ ଟୋକନ ପ୍ରଦାନ; ୧୨ଟି ଜିଲ୍ଲାରେ ଧାନସଂଗ୍ରହ ଜାରି

ଆଉ ଚାରି ଜିଲ୍ଲାରେ ଚାଷୀଙ୍କୁ ଟୋକନ ପ୍ରଦାନ; ୧୨ଟି ଜିଲ୍ଲାରେ ଧାନସଂଗ୍ରହ ଜାରି

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ଜାରି ରହିଥିବାବେଳେ ଆଉ ଚାରୋଟି ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଆଗୁଆ ଟୋକନ ପ୍ରଦାନ କରାଯାଇଛି । ବାଲେଶ୍ୱର, ନୟାଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କ ପାଇଁ ଆଗୁଆ ଟୋକନ ପ୍ରଦାନ କରାଯାଇଛି । ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୯ ତାରିଖରେ ଧାନସଂଗ୍ରହ ଆରମ୍ଭ ହେଉଥିବାବେଳେ ଗଜପତିରେ ଆସନ୍ତା ୩୦ ତାରିଖରେ ଏବଂ କନ୍ଧମାଳରେ ୩୧ ତାରିଖରେ ଧାନସଂଗ୍ରହ ଆରମ୍ଭ କରାଯିବ । ବାଲେଶ୍ୱର ଜିଲ୍ଲାରେ ୬୫ ହଜାର ୨୭୩ ଜଣ, ନୟାଗଡ଼ ଜିଲ୍ଲାରେ ୨୮ ହଜାର ୭୨୩, ଗଜପତିରେ ୧୦ ହଜାର ୧୧୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ୩୧୭୬ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି ।

ଏହି ସବୁ ଜିଲ୍ଲାର ମଣ୍ଡି ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଯିବା ସହ ମଣ୍ଡି ମନିଟରିଂ ଅଧିକାରୀ ଓ ସୁପରଭାଇଜିଂ ଅଧିକାରୀମାନେ ଉପସ୍ଥିତ ରହି ଧାନସଂଗ୍ରହ ପ୍ରକ୍ରିୟାର ତଦାରଖ କରିବେ । ଏତଦ୍‌ବ୍ୟତୀତ ବର୍ତ୍ତମାନ ରାଜ୍ୟର ୧୨ଟି ଜିଲ୍ଲା ଯଥା-ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନସଂଗ୍ରହ ଜାରି ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪୧ ହଜାର ୩୮୧ ଜଣ ଚାଷୀଙ୍କଠାରୁ ୬ ଲକ୍ଷ ୩୦ ହଜାର ୪୩୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇ ସାରିଲାଣି । ଏଥି ସହ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୯୧୯ କୋଟି ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଇନ୍‌ପୁଟ୍‌ ସହାୟତା ବାବଦକୁ ୨୮୩ କୋଟି ୬୧ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇସାରିଲାଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking