ରାଉରକେଲା: ରାଉରକେଲାରେ ଯାତ୍ରୀବାହୀ ବସ ଜାଳିଦେଲେ ଦୁର୍ବୃତ୍ତ । ଟାଙ୍ଗାରପାଲି ଥାନା ଅଞ୍ଚଳରେ ବସ କାଚ ଭାଙ୍ଗିବା ସହ ୨ଟି ବସ ଜାଳି ଦେଇଛନ୍ତି । ଗୋଟିଏ ବସ ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ ବସଟିରେ ନିଆଁକୁ ଆୟତ୍ତ କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିଏ ଓ କାହିଁକି ଏପରି ଦଆଣଈ ବସକୁ ଜାଳି ଦେଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁଇଟି ବସର ଦାମ ପାଖାପାଖି ୨ କୋଟି ଟଙ୍କା ।










