26.1 C
Bhubaneswar
Thursday, December 25, 2025
Homeଓଡିଶାଟଳିଲା ଟପ୍ ମାଓନେତା ଗଣେଶ

ଟଳିଲା ଟପ୍ ମାଓନେତା ଗଣେଶ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । ଏନକାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ମାଓବାଦୀ ନିହତ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ନିହତ । ଓଡିଶାରେ ନକ୍ସଲଙ୍କ ନେତୃତ୍ୱ ନେଉଥିଲା ଗଣେଶ । ୬୯ ବର୍ଷୀୟ ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି । ତେଲେଙଅଗାନା ନାଲଗୋଣ୍ଡାର ଗଣେଶ ଓଡିଶାରେ ନେତୃତ୍ୱ ନେଉଥିଲା । ଚକାପଦା ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ଏହି ବଡ ସଫଳତା ମିଳିଛି । ଏସଓଜି, ସିଆରପିଏଫ୍‌, ବିଏସଏଫ ଯବାନଙ୍କ ୨୩ଟି ଟିମ୍ ପକ୍ଷରୁ ମିଳିତ ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଛି । ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଏନକାଉଣ୍ଟର ସ୍ଥଳରୁ ୨ଟି ଅନସାସ୍ ରାଇଫଲ୍ ସହ ଗୋଟିଏ .୩୦୩ ରାଇଫଲ୍ ଜବତ କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ସିଆରପିଏଫ୍ ଓ ଏସଓଜିର ମିଳିତ ଅପରେସନରେ ଗତକାଲି ୨ ମାଓବାଦୀ ନିହତ ହୋଇଥିଲେ ।

ପେଡମ୍ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking