21.1 C
Bhubaneswar
Monday, December 22, 2025
Homeଓଡିଶାଖୁବଶୀଘ୍ର ଟଙ୍କା ପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ

ଖୁବଶୀଘ୍ର ଟଙ୍କା ପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ

ଭୁବନେଶ୍ୱର: ଖୁବଶୀଘ୍ର ଟଙ୍କା ଫେରିପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ । ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ ଯେଉଁମାନେ ୧୦ ହଜାର ଟଙ୍କା ଯାଏଁ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ । ଏହା ଛଡା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀର ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ଜମାକାରୀବି ଉପକୃତ ହେବେ । ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ରାଶି ଫେରିପାଇବେ । ଅଧିକ ତଥ୍ୟ ପାଇଁ ସରକାରଙ୍କ ତରଫରୁ ୦୬୭୪୨୩୯୫୧୫୩ ଜାରି ହୋଇଛି ଯୋଗାଯୋଗ ନମ୍ବର ।

ସେପଟେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସଂପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି, ପର୍ଯ୍ୟାୟକ୍ରମେ ବଡ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରସ୍ତ କରାଯିବ । ଅନ୍ୟପଟେ ସମବାୟ ମନ୍ତ୍ରୀ ତତ୍କାଳୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜେଡି ସରକାର ସମୟରେ ଚିଟଫଣ୍ଡ ଦୁର୍ନୀତି ହେଉଥିଲା । ବିଜେପି ସରକାର ଚିଟଫଣ୍ଡ ପଇସା ଫେରାଇବାକୁ ମନସ୍ଥ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking