23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଦାଦାକୁ ଗୁଳି କରି ହତ୍ୟା କଲା ପୁତୁରା

ଦାଦାକୁ ଗୁଳି କରି ହତ୍ୟା କଲା ପୁତୁରା

ଉତ୍ତରପ୍ରଦେଶ: ଦାଦାକୁ ଗୁଳି କରି ହତ୍ୟା କରିଛି ପୁତୁରା । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକଙ୍କୁ ମହୋବା ଜିଲ୍ଲାର କାବରାଇ ଥାନା ଅଞ୍ଚଳର ଗୁଗୌରା ଗାଁର ବାସିନ୍ଦା ଗୁଲାବ ସିଂହ ପରିହାର ବୋଲି ଚିହ୍ନଟ କରାଯାଇଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମୃତକଙ୍କ ପୁଅ ଶିବମ ସିଂ ପରିହାର ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ଅଭିଯୋଗରେ ସେ ତାଙ୍କ ଦାଦା ବୀରେନ୍ଦ୍ର ସିଂହ ଏବଂ ଭାଇ ମୋନୁ ସିଂହଙ୍କୁ ଅଭିଯୁକ୍ତ କରିଛନ୍ତି । ଅଭିଯୋଗ ଅନୁସାରେ, ରବିବାର ସନ୍ଧ୍ୟାରେ ବିରେନ୍ଦ୍ର ଏବଂ ତାଙ୍କ ଭାଗଚାଷୀ ଦେବୀଦିନ ଗୁଲାବଙ୍କ ସହ କଥା ହେବା ପାଇଁ ତାଙ୍କ ଘରକୁ ଆସିଥିଲେ ।

ପ୍ରାୟ ଏକ ଘଣ୍ଟାର କଥାବାର୍ତ୍ତା ପରେ ଗୁଲାବ ସିଂ କ୍ଷେତକୁ ଯାଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଗୁଲାବଙ୍କ ପୁତୁରା ମୋନୁ ତାଙ୍କୁ ଗୁଳି କରିଥିଲା । ଗୁଳି ବାଜିବା ପରେ ଗୁଲାବ ସିଂ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଜାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ପରେ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଚେଦ ପାଇଁ ପଠାଇ ତଦନାତ ଆରମ୍ଭ କରିଛି । ଶିବମର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସନ୍ଧାନ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking