ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବିଜନୌରରେ ଭୟଙ୍କର ସଡକ ଦୁର୍ଘଟଣା । କାର୍କୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ରାହତପୁର ଗାଁର ବାସିନ୍ଦା ଇକବାଲ କାରୀ, ଅସଫାକ, ଏହତେଶାମ ଏବଂ ସଲାଉଦ୍ଦିନ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏହି ଚାରି ଜଣ ଏକ କାର୍ରେ ଧାର୍ମିକ ସମାବେଶରେ ଯୋଗ ଦେଇ ନିଜ ଗ୍ରାମ ରାହତପୁରକୁ ଫେରୁଥିଲେ । ସେହି ସମୟରେ ହରିଦ୍ୱାର ରାସ୍ତାରେ ଏକ ଦ୍ରୁତଗାମୀ ଡମ୍ଫର ଟ୍ରକ୍ ସେମାନଙ୍କ କାର୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ କାର୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ଫଳରେ ଚାରି ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି ।










