28.3 C
Bhubaneswar
Tuesday, June 23, 2026
Homeଓଡିଶାକୁଖ୍ୟାତ ମାଓବାଦୀ ଗଣେଶଙ୍କ ଆତ୍ମସମର୍ପଣ

କୁଖ୍ୟାତ ମାଓବାଦୀ ଗଣେଶଙ୍କ ଆତ୍ମସମର୍ପଣ

ରାଉରକେଲା: ଆତ୍ମସମର୍ପଣ କଲେ କୁଖ୍ୟାତ ମାଓବାଦୀ ଗଣେଶ। ଡିଆଇଜି ବ୍ରିଜେଶ ରାୟ ଏବଂ ଏସପି ନିତେଶ ୱାଧୱାନୀଙ୍କ ଉପସ୍ଥିତିରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଗଣେଶ। ତାଙ୍କ ଆତ୍ମସମର୍ପଣ ସକ୍ରିୟ ମାଓ ନେଟୱାର୍କକୁ ଏକ ବଡ଼ ଝଟକା ଦେଇଛି। ୨୦୨୨ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିବା ଗଣେଶ ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବିହାର ପୋଲିସର ମୋଷ୍ଟ-ୱାଣ୍ଟେଡ୍ ତାଲିକାରେ ଥିଲା। ଅଧିକାରୀଙ୍କ ଅନୁଯାୟୀ, ସେ ସୁରକ୍ଷା କର୍ମୀଙ୍କୁ ଆଇଇଡି ଦ୍ୱାରା ଟାର୍ଗେଟ କରିବା ଏବଂ ବାଙ୍କୋ ପଥର ଖଣି ନିକଟରେ ଲୁଟ୍ କରିବା ସମେତ ଅନେକ ଅପରେସନରେ ଜଡିତ ଥିଲା। ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ତାଙ୍କ ବିରୁଦ୍ଧରେ ଅନେକ ମାମଲା ରୁଜୁ ହୋଇଛି। ଆତ୍ମସମର୍ପଣ ପରେ, ଗଣେଶ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ସରକାର ଘୋଷଣା କରିଥିବା ସମସ୍ତ ସୁବିଧା ପାଇବାକୁ ହକଦାର ହେବେ। ଏନେଇ ଏସପି ନିତେଶ ୱାଧୱାନୀ ନିଶ୍ଚିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking