28.1 C
Bhubaneswar
Wednesday, December 17, 2025
Homeଓଡିଶାରାତି ଅଧରେ ଭଡାଟିଆଙ୍କୁ ଘରୁ ବାହାର କରିଦେଲେ ଘର ମାଲିକ

ରାତି ଅଧରେ ଭଡାଟିଆଙ୍କୁ ଘରୁ ବାହାର କରିଦେଲେ ଘର ମାଲିକ

ଭୁବନେଶ୍ୱର: ଶୀତ ରାତିରେ ରାଜଧାନୀରେ ଘର ମାଲିକଙ୍କ ନିର୍ଯାତନା । ରାତି ଅଧରେ ଘରୁ ବାହାର କରିଦେଲେ ଭଡାଟିଆଙ୍କୁ। ଭଡାଟିଆ ଚାକିରିକୁ ଯାଇଥିବା ବେଳେ ତାଙ୍କ ଘରୁ ଜିନିଷ କାଢ଼ିଦେଲେ ମାଲିକ । ରାତି ସାରା ଘର ବାହାରେ ବସିଲେ ଭଡାଟିଆ , ତାଙ୍କ ପତ୍ନୀ ଓ ବୁଢ଼ୀ ମା’ । ଭୁବନେଶ୍ୱର ଡମଣା ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଡମଣା ବଦ୍ରୀ ଗାର୍ଡେନ ଆପାର୍ଟମେଣ୍ଟ ପାଖରେ ଥିବା ଏକ ଘରେ ଭଡ଼ାରେ ରୁହନ୍ତି ସୌମ୍ୟାଜିତ ମହାପାତ୍ର । ଗତ କିଛିଦିନ ହେଲା ମାଲିକଙ୍କ ସହ ତାଙ୍କର ଘର ଭଡ଼ାକୁ କେନ୍ଦ୍ର କରି ଝଗଡା ଚାଲିଥିଲା। କଥା ଯାଇ ଥାନାରେ ପହଞ୍ଚିଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସର ବୁଝାମଣା ମୁତାବକ ଏହି ମାସ ଶେଷରେ ଘର ଛାଡିବାକୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ସୌମ୍ୟାଜିତଙ୍କ ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘରୁ ସମସ୍ତ ଜିନିଷ ବାହାରକୁ କାଢି ଘର ତାଲା ପକାଇଦେଇଛନ୍ତି ମାଲିକ। ଏ ନେଇ ଘର ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking