28.1 C
Bhubaneswar
Thursday, February 5, 2026
Homeଓଡିଶାସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ବ" ସମ୍ବନ୍ଧୀୟ ପ୍ରଶିକ୍ଷଣ

ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ବ” ସମ୍ବନ୍ଧୀୟ ପ୍ରଶିକ୍ଷଣ

ଭୁବନେଶ୍ବର: ରାଜ୍ୟରେ କାରଖାନାମାନଙ୍କରେ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥୁବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟକ ତାଲିମ କାର୍ଯ୍ୟକ୍ରମ ସଂଗଠିତ ହେଉଛି, ଯାହା ଦୁର୍ଘଟଣା ପ୍ରତିରୋଧକୁ ସୁଦୃଢ଼ କରୁଛି।ଏହି କ୍ରମରେ, ଗତ ୧୨.୧୨.୨୦୨୫ ତାରିଖରେ, ରାଜ୍ୟ ଶ୍ରମ ପ୍ରତିଷ୍ଠାନର ସହ‌ଯୋଗରେ, ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ସୁରକ୍ଷା ସମିତିର ଭୂମିଳା ଓ ଦାୟିତ୍ଵ” ସମ୍ବନ୍ଧୀୟ ପ୍ରଶିକ୍ଷଣ, ଅଲୁମିନିୟମ୍ ୟୁନିଟ୍ସ ସୁରକ୍ଷା ସମିତି ସଦସ୍ୟଙ୍କ ଉପସ୍ଥିତିରେ, ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ସଫଳତାର ସହ ସମାପ୍ତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥୁଲା ସୁରକ୍ଷା ସମିତିକୁ ଶକ୍ତିଶାଳୀ କରି, ସଦସ୍ୟମାନଙ୍କର ସଚେତନତା, ଦାୟିତ୍ବ ଓ ସଫଳ ପଦକ୍ଷେପ ଦ୍ବାରା କାର୍ଯ୍ୟସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବା ।

ମୁଖ୍ୟ ଅତିଥି ଭାବେ କାରଖାନା ଏବଂ ବାଷ୍ଠୀକୁ ନିର୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ (ଆଇଏଏସ୍), ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ତାଙ୍କ ଗୁରୁତ୍ବପୂର୍ଣ୍ଣ ଉଦବୋଧନରେ କହିଥିଲେ ଯେ, “ନିୟମିତ ସଭା, ସଚେତନତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଏବଂ ସହଯୋଗ ମାଧ୍ଯମରେ ସମିତିର କାର୍ଯ୍ୟକୁ ସୁଦୃଢ଼ କରାଯାଇ ପାରିବ । ସଦସ୍ୟମାନେ ଯଦି ସଫଳ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ସମସ୍ତ କର୍ମଚାରୀ ଏବଂ ସଂସ୍ଥା ଦୁର୍ଘଟଣା ଓ ଅନାବଶ୍ୟକ କ୍ଷତିରୁ ସୁରକ୍ଷିତ ରହି ପାରିବ ।”ସଭାରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ, ଶ୍ରୀ ନିହାର କାନ୍ତ ରାଉତ, ଇଏଏସ୍ କନସଲ୍ଟାଣ୍ଟ, ପାରାଦୀପ୍ ଫସ୍ଫେଟସ୍ ଲିମିଟେଡ୍, ଜଗତସିଂହପୁର, ଶ୍ରୀ କେ. ଇଶ୍ବର ରାଓ , ହେଡ୍ ସେଫଟି ଏବଂ ଫାୟାର, ଆଦିତ୍ୟ ଅଲୁମିନିୟମ୍‌, ସହ ବିଭିନ୍ନ ବିଭାଗର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଭାବରେ ରୂପାୟିତ କରିଥିଲେ। । ସେମାନେ ସୁରକ୍ଷା ସମିତିକୁ କିପରି ସୁଦୃଢ଼ ଓ ସଶକ୍ତ କରାଯାଇ ପାରିବ, ତାହା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଗଭୀର ଆଲୋଚନା କରିଥିଲେ ।ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୩୫ ଜଣ ସ୍ବୀକୃତିପ୍ରାପ୍ତ ସୁରକ୍ଷା ଅଧିକାରୀଙ୍କୁ ଭଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking