21.1 C
Bhubaneswar
Wednesday, February 4, 2026
Homeଓଡିଶାମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ କମିଟି ଗଠନ

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ କମିଟି ଗଠନ

ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି, ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି, ସରକାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ।

ଏହି କମିଟିରେ ନିମ୍ନଲିଖିତ ମାନ୍ୟବର ବିଧାୟକ/ବିଧାୟିକାମାନେ ସଦସ୍ୟ ଅଛନ୍ତି ।

୧. ସୁରେଶ ପୂଜାରୀ, ମାନ୍ୟବର ମନ୍ତ୍ରୀ, ସଦସ୍ୟ
୨. ପୃଥ୍ବୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ, ସଦସ୍ୟ
୩. ସମ୍ପଦ ଚନ୍ଦ୍ର ସ୍ଵାଇଁ, ମାନ୍ୟବର ମନ୍ତ୍ରୀ, ସଦସ୍ୟ
୪. ସରୋଜ କୁମାର ପ୍ରଧାନ, ମାନ୍ୟବର ସରକାରୀ ମୁଖ୍ୟ ସଚେତକ, ସଦସ୍ୟ
୫. ନିରଂଜନ ପୂଜାରୀ, ମାନ୍ୟବର ବିଧାୟକ, ସଦସ୍ୟ
୬. ଜୟନାରାୟଣ ମିଶ୍ର, ମାନ୍ୟବର ବିଧାୟକ, ସଦସ୍ୟ
୭. ସୋଫିଆ ଫିର୍ଦୋସ୍, ମାନ୍ୟବର ବିଧାୟିକା, ସଦସ୍ୟା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking