28.1 C
Bhubaneswar
Tuesday, February 3, 2026
Homeଓଡିଶାସୂଚନା ଆୟୋଗ ଦ୍ବାରା ରେକର୍ଡ ସଂଖ୍ୟକ ଫଇସଲା

ସୂଚନା ଆୟୋଗ ଦ୍ବାରା ରେକର୍ଡ ସଂଖ୍ୟକ ଫଇସଲା

ଗତ ସାତ ମାସରେ ଓଡ଼ିଶା ସୂଚନା ଆୟୋଗର ବିଚାରାଧୀନ ଅପିଲ ଓ ଅଭିଯୋଗଗୁଡିକର ସଂଖ୍ୟା ୨୨,୬୧୧ ରୁ କମି ୧୪,୦୦୦ କୁ ପହଞ୍ଚିଛି I କୋଭିଡ୍ ମହାମାରୀ ସମୟରେ ସୀମିତ ଶୁଣାଣି ହୋଇଥିବାରୁ ତଥା ପରବର୍ତ୍ତୀ ସମୟରେ କେବଳ ଦୁଇଜଣ ସୂଚନା କମିଶନର୍‌ ଆୟୋଗରେ ଉପଲବ୍ଧ ଥିବାରୁ ଅନେକ ମାମଲା ଜମା ହୋଇଯାଇଥିଲା । ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରେ, ଏପ୍ରିଲ ୨୦୨୫ରେ ରାଜ୍ୟ ମୁଖ୍ୟ ସୂଚନା କମିଶନର୍‌ଙ୍କ ସହ ଚାରିଜଣ ଅତିରିକ୍ତ ସୂଚନା କମିଶନର୍‌ଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ ସୂଚନା କମିଶନର୍, ମନୋଜ ପରିଡା କହିଛନ୍ତି ଯେ ଆୟୋଗ ମାମଲାଗୁଡିକର ଦ୍ରୁତ ସମଧାନ ପାଇଁ କମିଶନ ଏକ ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି । ଅନାବଶ୍ୟକ ସ୍ଥଗିତକରଣକୁ ନିରୂତ୍ସାହିତ କରାଯାଉଛି। ସମାନ ବିଷୟକୁ ନେଇ ଅନେକ ମାମଲା ଦାଖଲ କରିଥିବା ଆବେଦନ‌କାରୀଙ୍କ ଅପେକ୍ଷା, ବ୍ୟକ୍ତିଗତ ସୂଚନା ଆବେଦନକର୍ତ୍ତା ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଭିଡିଓ କନଫରେନ୍ସ ମାଧ୍ଯମରେ ବିଚାର ପ୍ରକ୍ରିୟାର ସଂଖ୍ୟା ବଢାଯାଇଛି । ପ୍ରତ୍ୟେକ ସପ୍ତାହରେ ଫଇସଲା ହାରର ପ୍ରଗତିକୁ କମିଶନ ସମୀକ୍ଷା କରୁଛନ୍ତି । ପୂର୍ବରୁ ପ୍ରଚଳିତ ଗ୍ରୀଷ୍ମ ଅବକାଶ ପ୍ରଥା ବିଲୋପ କରାଯାଇଛି । ସମସ୍ତ ଆୟୁକ୍ତ ବ୍ୟକ୍ତିଗତ ଶୁଣାଣି କରି, ନ୍ୟାୟ ପ୍ରଦାନ କରୁଛନ୍ତି ।

ଓଡ଼ିଶା ସୂଚନା କମିଶନ ବିଗତ କିଛି ମାସରେ ଅନେକ ଐତିହାସିକ ରାୟ ଜାରି କରିଛନ୍ତି । ଏକ ଗୁରୁତ୍ବପୂର୍ଣ ରାୟରେ ରାଜ୍ୟ ମୁଖ୍ୟ ସୁଚନା କମିଶନର୍‌, ଶ୍ରୀ ମନୋଜ ପରିଡା ଓପିଏସସିକୁ ସେମାନଙ୍କ ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାର ସାକ୍ଷାତକାର ମାର୍କ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଦେବାକୁ ଆଦେଶ ଦେଇଛନ୍ତି । ଅତୀତରେ ଓପିଏସସି କେବଳ କିଛି ସୀମିତ ପରୀକ୍ଷାର ସାକ୍ଷାତକାର ମାର୍କ ପ୍ରାର୍ଥୀ ମାନଙ୍କୁ ଦେଉଥିଲେ । ଏହିପରି ନିର୍ଦ୍ଦେଶ ଷ୍ଟାଫ୍ ସେଲେକ୍ସନ କମିଶନ୍‌କୁ ମଧ୍ୟ ଦିଆଯାଇଛି, ଯାହାଫଳରେ ସେମାନେ କମ୍ପ୍ୟୁଟର / ଟାଇପିଙ୍ଗ୍ ପ୍ରୋଫିସିଏନ୍ସି ପରୀକ୍ଷାରେ ପାଇଥିବା ମାର୍କ ଦେବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟ ଏକ ଗୁରୁତ୍ବପୂର୍ଣ ମାମଲାରେ ସୂଚନା କମିଶନର୍‌, ଶ୍ରୀ ସୁଶାନ୍ତ କୁମାର ମହାନ୍ତି RTI ଆଇନକୁ ଦୁରୁପଯୋଗ କରି ଶହ ଶହ ମାମଲା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବନ୍ଧ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଆଇଓମାନଙ୍କୁ ଭାରୀ ଜରିମାନା ଦେଇ ଭୟଭୀତ କରିବା ପରିବର୍ଭେ, ଆୟୋଗ ସୂଚନା ପ୍ରଦାନ ଉପରେ ଗୁରୁତ୍ବ ଦେଉଛନ୍ତି ଏବଂ କେବଳ ସେହି ଅଫିସରଙ୍କୁ ଜରିମାନା ଲଗାଉଛନ୍ତି, ଯେଉଁଠି ଅଭ୍ୟାସଗତ ଏବଂ ଇଚ୍ଛାପୂର୍ଣ ଅବହେଳା ପରିଲକ୍ଷିତ ହେଉଛି । କମିଶନ କହିଛନ୍ତି ଯେ, ଆଗାମୀ ବର୍ଷ ଶେଷ ସୁଧା ବିଚାରାଧୀନ ମାମଲା କେବଳ କିଛି ହଜାରକୁ କମିଯାଇପାରିବ, ଯାହାଦ୍ବାରା ସୂଚନା ପାଇଁ ଆବେଦନକାରୀ ମାନଙ୍କର ପ୍ରତୀକ୍ଷା ସମୟ ୩୦ ଦିନ ଅତିକ୍ରମ କରିବ ନାହିଁ।

ସୂଚନା ଆୟୋଗଙ୍କ ଦ୍ବାରା ମାମଲାର ଦ୍ରୁତ ଫଇସଲା ଲାଗି ଗ୍ରହଣ କରଯାଇଥିବା ପଦକ୍ଷେପକୁ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ବିଭିନ୍ନ ରାୟରେ ନ୍ୟାୟୋଚିତ ତଥା ଯଥାର୍ଥ ବୋଲି ନିଷ୍ପତ୍ତି ଦେଇଛନ୍ତି । ଇତିମଧ୍ଯରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏକ ପତ୍ର ଜରିଆରେ ସମସ୍ତ ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲାର RTI ମାମଲାଗୁଡିକର ସମୀକ୍ଷା ତ୍ରୟମାସିକ ଧାରାରେ କରିବାକୁ ନିର୍ଦେଶ ଜାରିକରିବାକୁ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି । ସମସ୍ତ ବିଭାଗ ତାଙ୍କର ୱେବସାଇଟରେ ବିଭାଗ ସମ୍ବନ୍ଧିତ ମୌଳିକ ତଥ୍ୟ ଅପଲୋଡ୍ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି, ଏହା ଦ୍ବାରା RTI ଆବେଦନକାରୀ ମାନେ ସହଜରେ ଆବଶ୍ୟକ ସୂଚନା ପାଇପାରିବେ । କେବଳ ବରିଷ୍ଠ ଏବଂ ଦକ୍ଷ କର୍ମଚାରୀଙ୍କୁ PIO ଏବଂ ଅପିଲେଟ୍ ଅଥୋରିଟି ଭାବରେ ନିଯୁକ୍ତ କରିବାକୁ ତ‌ଥା ଏହି କର୍ମଚାରୀ ମାନଙ୍କୁ ନିୟମିତ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ଆୟୋଗ ସୁପାରିଶ କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆୟୋଗ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ୧,୪୭,୭୬,୨୫୦/-ଟଙ୍କାର ଜରିମାନା ଲାଗୁ କରିଛନ୍ତି ଏବଂ ୧୮୫୭ ଜଣ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଲାଗି ସୁପାରିଶ କରିଛନ୍ତି, ୧୬,୫୪,୦୦୦/- ଟଙ୍କାର କ୍ଷତିପୂରଣ ଲାଗି ଆଦେଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking