ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ । ଗୃହରେ ନିତିନିୟମ ବିବରଣୀ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ କେତୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି । ଏବଂ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ କେଉଁ ସ୍କୁଲ ଗୁଡିକୁ ଖୋଲିବାରେ ଯୋଜନା ରହିଛି । ଏହାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ୨୦୨୦, ୧୪ ତାରିଖ ଅନୁଯାୟୀ, ବିଦ୍ୟାଳୟରେ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ହେତୁ ରାଜ୍ୟରେ ୪୬୨୦ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ସେହିପରି ୧୦୦୪ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ୪୪ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋଟ ୪୬ଟି ପୁନଃ ଖୋଲାଯାଇଛି ।










