ପୁରୀ: ଦେଢ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଲା ମାଆ । ପାରିବାରିକ କଳହରୁ କରୁଣ ପରିଣତି। ଜନ୍ମ କଲା ମାଆ ଦେଢ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗଡିଆକୁ ଫିଙ୍ଗି ପଳାଇଥିଲା। ଦେବଦୂତ ହୋଇ ମୃତ ଶିଶୁକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ସଡାଙ୍ଗୋଇ ଗାଁରେ । ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁସାରେ ସଡଙ୍ଗଇ ଗାଁର ସୁବାସ ବରାଳ ସେହି ଗାଁର ଡଲି ପରିଡାଙ୍କ ଝିଅକୁ ବିବାହ କରିଥିଲେ । ଡଲି ପରିଡାଙ୍କ କହିବା କଥା ତାଙ୍କ ଝିଅକୁ ସବୁବେଳେ ଶାଶୁ ଘର ଲୋକେ ହଇରାଣ କରିବା ସହ ମାରପିଟ କରୁଥିଲେ । ଯାହାକୁ ଏତେ ବଡ ଭୁଲ କରିଛନ୍ତି ଡଲି । ଝିଅକୁ ସ୍ତ୍ରୀ ମାରିଦେଇ ଚାଲିଯାଇଥିବା ସୁବାସ ଅଭିଯୋଗ ଆଣିଛନ୍ତି ।










