କଟକ: ଆସନ୍ତାକାଲି ଅଫଲାଇନରେ ବିକ୍ରି ହେବ ଟିକେଟ । ୫ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ । ଟିକେଟ୍ ବିକ୍ରି ପୂର୍ବରୁ କାହାକୁ କାଉଣ୍ଟର ପାଖକୁ ଛଡା ଯିବନାହିଁ । ସବୁ କାଉଣ୍ଟରରେ ଲାଗିଛି ସିସିଟିଭି । ଲୋକଙ୍କୁ ଖରାପ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ କୌଣସି ପୋଲିସ ଟିକେଟ୍ କିଣି ଧରାପଡଲେ ସସ୍ପେଣ୍ଡ ହେବେ । ନିଜ ପାଇଁ କିମ୍ବା ସମ୍ପର୍କୀୟଙ୍କ ପାଇଁ ଟିକେଟ୍ କିଣିଲେ ନିଲମ୍ବିତ ହେବେ । ଆସନ୍ତାକାଲି ୧୧ ହଜାର ଟିକେଟ୍ ବିକ୍ରି କରାଯିବ। ଦିନ ୧୦ଟାରୁ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । ଟିକେଟ ବିକ୍ରି ସମୟରେ ମୋଟ ୪୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍ସ୍ପେକ୍ଟର ୪୦ ଜଣ, ଏସ୍ଆଇ ଓ ଏଏସ୍ଆଇ ୧୫୦ ଜଣ ନିୟୋଜିତ ହେବେ ।
ସୂଚନାଯୋଗ୍ୟ, କଟକ ବାରବାଟୀ ଷ୍ଟଡିୟମରେ ୯ ତାରିଖରେ ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି । ଏହି ସମୟରେ ଗତକାଲି ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି । ଶୁବମନ ଗିଲ ଉପଅଧିନାୟକ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ୱାଶିଂଟନ ସୁନ୍ଦରଙ୍କ ନାଁ ଘୋଷଣା କରାଯାଇଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୧ରେ ନ୍ୟୁ ଚଣ୍ଡିଗଡ଼ରେ ଏବଂ ତୃତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୪ରେ ଧର୍ମଶାଳାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚ୍ ଡିସେମ୍ବର ୧୭ରେ ଲକ୍ଷ୍ନୌରେ ଏବଂ ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ।










