19.1 C
Bhubaneswar
Friday, December 5, 2025
Homeଓଡିଶାବିଜେଡିର ମୁଲତବୀ ନୋଟିସ

ବିଜେଡିର ମୁଲତବୀ ନୋଟିସ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନଚତୁର୍ଥ ଦିନ । ସ୍ୱାଭାବିକ ଭାବେ ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳ ଚାଲିଥିଲା । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ। ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ ,ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ  ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଚାଲିଥିଲା । ସେହିଭଳି ଶୂନ୍ୟକାଳରେ  ଉଭୟ ଶାସକ – ବିରୋଧୀ ଦଳ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇଥିଲେ । ସେପଟେ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି  ।

ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, ମାନ୍ୟବର ବିଧାୟକ ଶ୍ରୀ ସାରଦାପ୍ରସନ୍ନ ଜେନା, ମାନ୍ୟବର ବିଧାୟକ ଶ୍ରୀ ଧ୍ରୁବ ସାହୁ, ମାନ୍ୟବର ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର, ମାନ୍ୟବର ବିଧାୟକ,ତୁଷାର କାନ୍ତି ବେହେରାଙ୍କ ଦ୍ଵାରା ଆଗତ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେପ୍ରସ୍ତାବରେ ଉଲ୍ଲେଖ ଯେ“ଭଦ୍ରକ ଜିଲ୍ଲାରେ ମା’ ନେଇଥିଲା SHG ଋଣ, କିସ୍ତି ଖିଲାପ ଯୋଗୁଁ ଝିଅ ମାଡ ଖାଇ ଲହୁଲୁହାଣ । ମହିଳା ସଶକ୍ତିକରଣରେ  ଏକଦା ସଫଳ ଓଡିଶାର ଏବେକାର ଏକ ଉଦାହରଣ । ତେବେ ଏହି ମୁଲତବୀ ପ୍ରସ୍ତାବ ଉପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖି କହିଛନ୍ତି ,ମୁଁ ଦୃଢତାର ସହିତ ଏହି ପବିତ୍ର ଗୃହକୁ ଜଣାଇବାକୁ ଚାହେଁ କି ରାଜ୍ୟ ସରକାର ମହିଳା ସଶକ୍ତିକରଣ ନିମନ୍ତେ ଦାୟିତ୍ଵବାନ,ଯତ୍ନଶୀଳ ଅଛନ୍ତି ଓ ଘଟୁଥିବା ଅଘଟଣ ଉପରେ ନଜର ମଧ୍ୟ ରଖିଛନ୍ତି l

ବର୍ତ୍ତମାନର ଆଲୋଚ୍ୟ ବିଷୟବସ୍ତୁ ଉପରେ ଏତିକି କହିବି ଯେ ଆମ ସରକାର ଓଡିଶାର ସବୁ SHG ମହିଳାମାନଙ୍କ ପ୍ରତି ଯଥେଷ୍ଟ ସଂବେଦନଶୀଳ ଏବଂ ସେମାନଙ୍କ ଆର୍ଥିକ ପ୍ରଗତି ପାଇଁ ଖୁବ ଯତ୍ନବାନ ଅଛନ୍ତି । ଆଲୋଚ୍ୟ ମହିଳା ଜଣଙ୍କର ନାମ ଶ୍ରୀମତୀ ମନୋରମା ମହାପାତ୍ର ଓ ସେ ଏକ  ନିର୍ଦ୍ଦିଷ୍ଟ SHG “ଜୟ ବଜରଙ୍ଗ ଏସଏଚଜି”ଗ୍ରୁପ ଜିଲ୍ଲା- ଭଦ୍ରକର ଜଣେ ସଭ୍ୟା ଥିଲେ । ଉକ୍ତ ଏସଏଚଜି ରେ ଥିବା ସମସ୍ତ ଦଶ ଜଣ ମହିଳା ସରକାରଙ୍କଠାରୁ ସବୁ ପ୍ରକାର ସୁବିଧା  ସୁଯୋଗ ଯଥା ଆବର୍ତ୍ତନ ପାଣ୍ଠି ଟଙ୍କା, ମୋବାଇଲ ବାବଦରେ 3,000 ଟଙ୍କା, ଗୋଷ୍ଠୀବିନିଯୋଗ ପାଣ୍ଠି ବାବଦରେ 50,000 ଓ ପୋଷାକ ସହାୟତା ବାବଦକୁ ୧୦,୦୦୦ ଟଙ୍କା ଆଦି ହାସଲ କରିଛନ୍ତି । ଏତଦ୍ ବ୍ୟତିତ ଉକ୍ତ ଏସଏଚଜି ନିଜର ଆର୍ଥିକ ମାନଦଣ୍ଡର ବୃଦ୍ଧି ନିମନ୍ତେ UBI, ବରପଦାରୁ ସାତ ଲକ୍ଷ ଟଙ୍କାର ଏକ ଲୋନ ଆଣିଥିଲେ ଯେଉଁ ଲୋନରୁ  ଶ୍ରୀମତୀ ମନୋରମା ମହାପାତ୍ର ସତୁରୀ ହଜାର ଟଙ୍କା ଆଭ୍ୟନ୍ତରୀଣ ଋଣ ସୂତ୍ରରେ ନେଇଥିଲେ । ସେ ଏହାକୁ ଉକ୍ତ ଗୋଷ୍ଠୀର ସମୂହ ନିଷ୍ପତ୍ତି ଓଅନୁଯାୟୀ କିସ୍ତିରେ ଫେରସ୍ତ ଦେବା କଥା । ମାତ୍ର ଏହି  କିସ୍ତିରୁ ୧୮,୦୦୦ ଟଙ୍କା  ଫେରସ୍ତ କରିବା ପରେ ପରେ ତାଙ୍କ ମୃତ୍ୟୁ ହେଇଯିବାରୁ ତାଙ୍କ ପରିବାରରୁ ତାଙ୍କ ଝିଅ ମୋନାଲିସା ମହାପାତ୍ର  ଉକ୍ତ ଗୋଷ୍ଠୀରେ ସାମିଲ ହୋଇଥିଲେ ।

ତାଙ୍କର ଦୁର୍ଭାଗ୍ୟବଶତ ଯଦି କୌଣସି କାରଣରୁ  ମୃତ୍ୟୁ ହୋଇଯାଏ ତେବେ ଉକ୍ତ ପରିବାରର ସଦସ୍ୟ ମାନେ ମୃତ ସଭ୍ୟାଙ୍କର SHGରେ ଥିବା ସଞ୍ଚିତ ଅର୍ଥରାଶିକୁ ହିସାବକୁ ନେଇ ଅବଶିଷ୍ଟ ଋଣକୁ ପରିଶୋଧ କରିବା ବିଧେୟ।   ଉଭୟ ମନୋରମା ଓ ମୋନାଲିସା ସୁଭଦ୍ରା ଯୋଜନାରେ ନିୟମିତ ଭାବରେ ସେମାନଙ୍କ କିସ୍ତି ମଧ୍ୟ ପାଇଛନ୍ତି। ମନୋରମା ମହାପାତ୍ରଙ୍କୁ  ସରକାରଙ୍କର “ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା “ (PMJJBY)ରେ ଜଣେ ହିତାଧିକାରୀ ଭାବରେ ଅନ୍ତର୍ଭୁକ୍ତ କରଯାଇଥିଲା । ଉକ୍ତ ବୀମା ଅଧୀନରେ ହିତାଧିକାରୀଙ୍କ ମୃତ୍ୟୁ ପରେ ସେ ଦୁଇ ଲକ୍ଷ ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ବିଗତ ସରକାରଙ୍କ ଅମଳରେ ଏମିତି ବହୁ ଅଘଟଣ ଘଟିଛି । ଅନେକ ଘଟଣାରେ ପୁଲିସ FIR ମଧ୍ୟ ଦରଜ ନ କରିବାର ନଜିର ରହିଛି। ଅନେକ ପୀଡ଼ିତା ନ୍ୟାୟ ନ ପାଇ ଆଖି ବୁଜିଛନ୍ତି । ଆମ ସରକାର ଆସିବା ପରଠାରୁ ପୁଲିସ ପ୍ରଶାସନ ଅଧିକ ସଜାଗ ହେଇଛି । ମହିଳା ସଶକ୍ତିକରଣରେ  ଏକଦା ସଫଳ ଓଡିଶାର ଏବେକାର ଏକ ଉଦାହରଣ ” ଏହା ଏକ ପ୍ରକାର ଦାୟିତ୍ୱହୀନ ମନ୍ତବ୍ୟ ଭଳି ମନେହୁଏ। ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବାସ୍ତବତା ଠାରୁ ଅନେକ ଦୂରରେ । ଏହାକୁ ମୁଁ ଦୃଢ ଭାବରେ ନିନ୍ଦା କରୁଛି ଓ ଅନୁରୋଧ କରୁଛି ବର୍ତ୍ତମାନର ବିରୋଧୀ ଦଳ ନିଜର ଆଚରଣରେ ପରିବର୍ତ୍ତନ ଆଣି  ସରକାରଙ୍କୁ ସକାରାତ୍ମକ ଭାବେ ସହଯୋଗ କରନ୍ତୁ ଓ ଏହି ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାହାର କରିନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking