ଭୁବନେଶ୍ୱର: କିଟ ଛାତ୍ର ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ଦୁର୍ଭାଗ୍ୟଜନକ ଘଟଣା, ସରକାର ଏହାକୁ ତଦନ୍ତ ପରିସରଭୁକ୍ତ କରନ୍ତୁ । ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଓଡିଶା ଆସୁଥିଲେ , ଆସୁଥିଲେ, ଆସିବେନି । ଅନ୍ୟପଟେ ଛାତ୍ର ମୃତ୍ୟୁ ଘଟଣାରେ ବିଧାୟକ ସରୋଜ ପାଢୀ କଡା ଟିପ୍ପଣୀ ଦେଇଛନ୍ତି । କହିଛନ୍ତି, କିଟ ଆଡମିନିଷ୍ଟ୍ରେସନ ଭୁଶୁଡି ଗଲା ପରି ଲାଗୁଛି । ଓଡିଶାର ନାଁ ବଦନାମ କରିବାକୁ କିଟକୁ କୁହାଯାଇ ନାହିଁ । କିଟର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କୌଣସି ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ । ଆମେ ମଧ୍ୟ କିଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ । କିଟର ମନମାନୀ ଆଉ ଚଳିବ ନାହିଁ ।










